ପ୍ରଧାନମନ୍ତ୍ରୀ ମୋଦୀ ମୋତେ ରୁଷ୍‌ଠାରୁ ତୈଳ କିଣିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି: ଟ୍ରମ୍ପ୍‌

ବୁଧବାର ଦିନ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଟ୍ରମ୍ପ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ନୂଆଦିଲ୍ଲୀ ରୁଷରୁ ତେଲ କିଣିବା ବନ୍ଦ କରିବ। ୟୁକ୍ରେନ ଯୁଦ୍ଧ ପାଇଁ ମସ୍କୋକୁ ଏକାକୀ କରିବା ପାଇଁ ଏହା ଏକ “ବଡ଼ ପଦକ୍ଷେପ” ବୋଲି ସେ କହିଛନ୍ତି।

ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି ଯେ “ମୁଁ ଖୁସି ନଥିଲି ଯେ ଭାରତ ରୁଷ୍‌ଠାରୁ ତେଲ କିଣୁଥିଲା। ହେଲେ ସେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ) ଆଜି ମୋତେ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ରୁଷରୁ ତେଲ କିଣିବେ ନାହିଁ। ଏହା ଏକ ବଡ଼ ପଦକ୍ଷେପ। ଏବେ ଆମେ ଚୀନଠାରୁ ମଧ୍ୟ ସମାନ କଥା ଚାହୁଁଛୁ।’’

ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ। ଚୀନ୍ ସହିତ ଉତ୍ତେଜନା ମଧ୍ୟରେ ସେ ଭାରତକୁ ଏକ ନିର୍ଭରଯୋଗ୍ୟ ସହଯୋଗୀ ଭାବରେ ଦେଖନ୍ତି କି ବୋଲି ପଚରାଯିବାରୁ ଟ୍ରମ୍ପ କହିଥିଲେ, “ସେ ମୋର ଜଣେ ବନ୍ଧୁ। ଆମର ଏକ ଭଲ ସମ୍ପର୍କ ଅଛି।” ତଥାପି, ଭାରତ ରୁଷିଆ ତେଲ ଆମଦାନୀ ବନ୍ଦ କରିବ ବୋଲି ଟ୍ରମ୍ପଙ୍କ ଦାବିକୁ ନୂଆଦିଲ୍ଲୀ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ।

Share

Leave a Reply

Your email address will not be published. Required fields are marked *