ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର; କଳାକାର ଚୟନ ନିମନ୍ତେ ଜାରି ହେଲା ବିଜ୍ଞପ୍ତି

ଦୁଲୁକିବ ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ। ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି। ଅତିରିକ୍ତ ଜିଲ୍ଲାପାଳ ତଥା ଉପ ସଭାପତି ଧନୁଯାତ୍ରା ମହୋତ୍ସବ ସମିତି ଦ୍ଵାରା ବରଗଡ଼ ଧନୁଯାତ୍ରା ମହୋତ୍ସବର ବିଭିନ୍ନ କଳାକାର ଚୟନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୧୮ ଦିନ ୧୦ଟାରୁ ନଭେମ୍ବର ୧ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଳାକାରମାନେ କରିପାରିବେ ଆବେଦନ।

୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି କ୍ରମେ ବରଗଡ଼ ଧନୁଯାତ୍ରା ମଥୁରା ନଗରୀର  ମହାରାଜା କଂସ, ମହାମନ୍ତ୍ରୀ,  ସାର୍ତ୍ତକୀ, ଚାଣୁର, ମୁଷ୍ଟିକ, ଅକୃର, ଉଗ୍ରସେନ, ବାସୁଦେବ, ଦେବକୀ, ନାରଦ ଏବଂ ସେନାପତି ଚରିତ୍ରରେ ଅଭିନୟ ନିମନ୍ତେ କଳାକାର ମାନଙ୍କ ଚୟନ ପାଇଁ ଇଚ୍ଛକ କଳାକାର ମାନଙ୍କ ଠାରୁ ନିର୍ଧାରିତ ଫର୍ମରେ ଆବେଦନ ପତ୍ର ଆହ୍ୱାନ କରାଯାଉଅଛି I

ଇଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ଆବେଦନ ପତ୍ର ବରଗଡ଼ ଜିଲ୍ଲା ୱେବସାଇଟ https://bargarh.odisha.gov.in କିମ୍ବା ଧନୁଯାତ୍ରା ୱେବସାଇଟ :https//bargarhdhanuyatra.in ରୁ ଡାଉନଲୋଡ଼ କରି ଅତିରିକ୍ତ ଜିଲ୍ଲାପାଳ ତଥା ଉପ ସଭାପତି ଧନୁଯାତ୍ରା ମହୋତ୍ସବ ସମିତି, ବରଗଡ଼ଙ୍କ କାର୍ଯ୍ୟାଳୟ ଠାରେ ବ୍ୟକ୍ତିଗତ ଭାବେ/ଡାକ ଯୋଗେ କିମ୍ବା ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ I

Share

Leave a Reply

Your email address will not be published. Required fields are marked *